(Approved by Ministry of Information & Broadcasting, Government of India)
Hot    I Privacy Policy I Down load Application Form

Hot News
ସ୍କୁଲ ଛାତ ଫାଟି ଆଁ...କଲାଣି ପିଲା ପଢୁଛନ୍ତି ସ୍କୁଲ ବାରଣ୍ଡାରେ ....

ହଟ ନ୍ୟୁଜ ଢେଙ୍କାନାଳ ଜିଲ୍ଲା (୧/୦୭/୨୦୧୯ ) କଙ୍କଡାହାଡ ବ୍ଲକ କେରଜୋଳି ପଞ୍ଚାୟତର କଲଦା ପ୍ରାଥମିକବିଦ୍ୟାଳୟ, ୧୯୭୦ ମସିହାରେ ପ୍ରତିଷ୍ଠିତ ହୋଇଥିଲେ ବି , ଆଜିର ଦିନରେ ୭୪ଜଣ ଛାତ୍ର ଛାତ୍ରୀ ଏହି ସ୍କୁଲରେ ପାଠ ପଢୁଛନ୍ତି ସତ...କିନ୍ତୁ ସେମାନଙ୍କର ପାଠ ପଢିବା ପାଇଁ  ପଢା ଘର ନଥିବାରୁ ଏବେ ବାରଣ୍ଡାରେ ପଢୁଛନ୍ତି ପାଠ । ଖାଲି ସେତିକି ନୁହେଁ ଏବେ, ଏ ସ୍କୁଲ ରେ ପ୍ରଥମ ଶ୍ରେଣୀ ରେ ୧୮ଜଣ ,୨ ଶ୍ରେଣୀ ରେ ୧୫,ତୃତୀୟ ଶ୍ରେଣୀ ୧୦ଜଣ ,୪ର୍ଥ ଶ୍ରେଣୀ ୧୪ଜଣ  ପଢୁ ଛନ୍ତି । ୩ଜଣ ଶିକ୍ଷକ ନିଯୁକ୍ତି ପାଇଥିଲେବି ,ଆବଶ୍ୟକ ଶ୍ରେଣୀ ଗୃହ ନାହିଁ । ଯାହାଦ୍ୱାରା ପାଠ ପଢିବାରେ ବହୁ ଅସୁବିଧା ହେଉଛି । ପିଲା ମାନଙ୍କର ଗୃହ ଅଭାବ ରହିଥିବାରୁ ପାଠ ନପଢିବା ଦ୍ଵାରା ଶିକ୍ଷକ ମାନେ ପାଠ ସମୟରେ ଗଛ ମୂଳେ ବସି ଗୁଲିଖଟି ଗପ ମାରି ମଉଜ ମସ୍ତି ନେଉଛନ୍ତି । 

 

 

Video Advertisment